ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବସ୍ୱାନ୍ତ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଭେଜିଗୁଡା ମନ୍ଦିର ସାହିରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଅନୁସୟା କଠାରଙ୍କ ଗୋଟିଏ ବଖରା ଚାଳଘର ପୋଡିପାଉଁଶ ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ମତେ ଆଜି ରାତି ପ୍ରାୟ ୮ଟାରେ କୌଣସି କାରଣରୁ ଅନୁସୟାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା।ନିଆଁ ଲାଗିବା ଦେଖି ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ କରାଯାଇଥିଲା।ସେତେବେଳକୁ ତାଙ୍କର ଗୋଟିଏ ବଖରା ଚାଳଘର ସହିତ ଘରେ ଥିବା ଧାନ ଚାଉଳ, ଲୁଗାପଟ୍ଟା ଆସବାବ ପତ୍ର ପୋଡିଯିବା ସହିତ ୫ଟି କୁକୁଡା ମଧ୍ୟ ପୋଡି ଯାଇଥିବା ଜଣାପଡ଼ିଛି। ଅସହାୟ ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସମାଜସେବୀ ବିଶୁକେଶନ ପ୍ରଧାନ ଦାବି କରିଛନ୍ତି।