ଘାଟିରେ ଗଛପଡି ରାସ୍ତା ଅବରୋଧ, ଚାରିଛକରୁ ଫୁଲବାଣୀକୁ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା:ଲଘୁଚାପ ପ୍ରଭାବରେ ଗତ ୪ଦିନହେଲା ଲଗାଣବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଶୁକ୍ରବାର ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ବର୍ଷା ପ୍ରଭାବରେ ଦୁଇରୁ ତିନୋଟି ଗଛ ରାସ୍ତା ଉପରେ ଟଳିପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି। ଫଳରେ ଦୀର୍ଘ ୫ଘଣ୍ଟା ଧରି ଚାରିଛକ-ଫୁଲବାଣୀ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ରାସ୍ତାରୁ ଗଛ କାଟି ସଫା କଲାପରେ ଯାତାୟତ ସ୍ୱାଭାବିକ ହୋଇଥିବା ଜଣାପଡିଛି।

 

Comments are closed.