ଭାରସାମ୍ୟ ହରାଇ ଓଲଟିଲା କାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ନଂ ଯାତୀୟ ରାଜପଥ କରଡାକୋଠା ନିକଟରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସାକାଳେ ବୌଦ୍ଧ ପଟୁ ଭୁବନେଶ୍ୱର ଆଡକୁ ଯାଉଥବା ଏକ କାର କରଡାକୋଠା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ରାସ୍ତା ତଳକୁ ଓଲଟି ପଡିଥିଲା। କାରରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଖବର ପାଇ ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.