ବର୍ଷାରେ ଭାଙ୍ଗିଲା ଘର, ବାସହରା ପରିବାର

ହରଭଙ୍ଗା: ଲଘୁଚାପ ପ୍ରଭାବରେ ଗତ ତିନିଦିନହେଲା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଲଗାଣବର୍ଷା ଲାଗିରହିଛି।ଲଗାଣବର୍ଷା ପ୍ରଭାବରେ ଶନିବାର ବ୍ଲକର ତିଲେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମୂଷାଢ ଗ୍ରାମର ସୁରଥ ମହାକୁଡଙ୍କ ଚାଳଛପର ମାଟିଘରଟି ସଂପୂର୍ଣ୍ଣ ଭାଙ୍ଗିପଡ଼ିଛି। ଫଳରେ ସୁରଥଙ୍କ ପରିବାର ସଂପୂର୍ଣ୍ଣ ବାସହରା ହୋଇପଡ଼ିଛନ୍ତି। ଏଭଳି ଅବସ୍ଥାରେ ନିଜ ପରିବାର ପିଲାଛୁଆଙ୍କୁ ଧରି ଘର ବାରଣ୍ଡାରେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ଜଣାପଡ଼ିଛି। ତୁରନ୍ତ ସୁରଥଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆଗ୍ରାଧିକାର ଭିତିରେ ପକ୍କାଘର ଖଣ୍ଡିଏ ଯୋଗାଇଦେବାକୁ ଦାବି ହେଉଛି। ଏ ସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟିଆକର୍ଷଣ କରିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ କହିଥିଲେ।

Comments are closed.