MEllora 950×100

ସ୍କୁଲ ପାଠପଢା ସ୍ୱାଭାବିକ ପାଇଁ ଚାଲିଛି ପ୍ରୟାସ

ଘର ଘର ବୁଲି ପିଲାଙ୍କ ନିକଟକୁ ଯାଉଛନ୍ତି ଶିକ୍ଷକ

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ କ୍ରସର ବିରୋଧୀ ଆନ୍ଦୋଳନର ପ୍ରଭାବରେ ବହୁମାତ୍ରାରେ ପ୍ରଭାବିତ ହୋଇଛି ସ୍କୁଲ ପିଲାଙ୍କ ପାଠପଢା । ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଯିବାକୁ ବାରଣ ଯୋଗୁଁ ସ୍କୁଲର ଉପସ୍ଥାନ ଶୂନରେ ପହଞ୍ଚିଥିଲା । ଜିଲ୍ଲାପ୍ରଶାସନର କଡା ନିର୍ଦ୍ଦେଶ ଯୋଗୁଁ ଏବେ ଶିକ୍ଷକମାନେ ପିଲାଙ୍କୁ ପାଠପଢିବା ପାଇଁ ଘର ଘର ବୁଲି  ଡାକୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଶୂନ ଉପସ୍ଥାନରୁ ଏବେ ସ୍କୁଲର ଉପସ୍ଥାନ ବୁଧୁବାର ସୁଦ୍ଧା ୧୯ରେ ପହଞ୍ଚିଛି । ତଥାପି ଆହୁରି ୮୮ପିଲା ସ୍କୁଲରେ ଅନୁପସ୍ଥିତ ରହୁଥିବା ଜଣାପଡିଛି । ସ୍କୁଲ ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ସାହୁ, ସି.ଆର.ସି.ସି ନରେନ୍ଦ୍ର ରଣା ଏବଂ ଶିକ୍ଷକ ସୁବାଷ ପ୍ରଧାନ ପିଲାଙ୍କ ଘରକୁ ଯାଇ ସ୍କୁଲ ଯିବାପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । କେବେ ସ୍କୁଲରେ ପୂର୍ଣ୍ଣମାତ୍ରାରେ ପାଠପଢା ଚାଲିବ ସେ ନେଇ ଏହା ଉପରେ ଜିଲ୍ଲାପ୍ରଶାସନର ନଜର ରହିଛି ।

 

Comments are closed.