ଆସନ୍ତା ରବିବାର ହରଭଙ୍ଗାରେ ମାଗଣା ସ୍ୱାସ୍ଥ୍ୟଶିବିର

କେବଳ ବରିଷ୍ଠ ନାଗରିକ ଏବଂ କିଡନୀ ରୋଗୀଙ୍କୁ ମିଳିବ ସୁବିଧ।

ହରଭଙ୍ଗା: ଆସନ୍ତା ରବିବାର ଦିନ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ (ଜୁନିୟର) କଲେଜ  ପ୍ରାଙ୍ଗଣରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁଯାଉଛି । ଏହି ଶିବିରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସହିତ କିଡନୀ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି କାର୍ଯ୍ୟକ୍ରମରେ କଟକ, ବୁର୍ଲ୍ଲା ଏବଂ ଭୂବନେଶ୍ୱର ମେଡିକାଲ କଲେଜର ଚିକିତ୍ସକ ବିଶେଷଜ୍ଞ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ଇ.ସି.ଜି, ଏକ୍ସରେ ସହିତ ରକ୍ତ ପରୀକ୍ଷା କରାଯାଇ ରୋଗ ନିରୂପଣ ସାଙ୍ଗକୁ ଚିକିତ୍ସା କରାଯିବ । ଏ ନେଇ ଆଜି ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ପ୍ରଚାର କରାଯାଇଛି । ସକାଳ ୮ଟାରୁ ୧୨ଟା ମଧ୍ୟରେ ବରିଷ୍ଠ ନାଗରିକମାନେ ବୟସ ପ୍ରମାଣ ପତ୍ର ସହ ପଞ୍ଜୀକରଣ କରି ମାଗଣା ସ୍ୱାସ୍ଥ୍ୟସେବାର ସୁଯୋଗ ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments are closed.