ବିଧାୟକ ବାଣ୍ଟିଲେ ଭତ୍ତା, ଆଶୀର୍ବାଦ ସହାୟତା

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପଂଚାୟତ ସମିତି ପକ୍ଷରୁ ଭତ୍ତା, ଆଶୀର୍ବାଦ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍ ଯୋଗଦାନ କରି ୧୬୭ ଜଣ ବାର୍ଦ୍ଧକ୍ୟ, ବିଧବା ଏବଂ ବିକଳାଙ୍ଗଙ୍କୁ ଭତ୍ତା ଏବଂ ୧୦୩ ଜଣଙ୍କୁ ଆଶୀର୍ବାଦ ସହାୟତା ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବୌଦ୍ଧ ପି.ଡି ବବିତାରାଣି ଦଳବେହେରା, ହରଭଙ୍ଗା ବିଡିଓ ସୁବାଷ ଯାନୀ, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ ପ୍ରମୁଖ ମଞ୍ଚାସୀନ ଥିଲେ।

Comments are closed.