ଗଛରେ ପିଟିହେଲା ମିନି ଟ୍ରକ, ଡ୍ରାଇଭର ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବଦଲା ନିକଟରେ ରବିବାର ଭୋର ସକାଳୁ ସକାଳୁ ଏକ ପାଇପ ବୋଝେଇ ମିନିଟ୍ରକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ଗାଡି ଡ୍ରାଡଭର ଜଣଙ୍କ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ଭୋର ସକାଳୁ ସକାଳୁ ଏହି ରାଜପଥ ଦେଇ ଏକ ପାଇପ ବୋଝେଇ ମିନିଟ୍ରକ ନଂ ଓଡି-୦୨ ଏ.ଭି.୮୦୯୩ ଭୂବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା। ଏହି ସମୟରେ ବଦଲା ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଡ୍ରାଇଭରଙ୍କୁ ଦଶପଲ୍ଲା ମେଡିକାଲ ଚିକିତ୍ସା ପାଇଁ ନିଆଯାଇଛି ।ଆଡେଣିଗଡ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଡ୍ରାଇଭରଙ୍କ ପରିଚୟ ମିଳିନଥିବା ଫାଣ୍ଡି ଏଏସଆଇ ସନ୍ତୋଷ ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed.