ଅଙ୍ଗନବାର୍ଡୀ କର୍ମୀଙ୍କ ଭ୍ୟାନିଟି ଝାମ୍ପିନେଲେ ଦୁର୍ବୃତ୍ତ

ହରଭଙ୍ଗା; ହରଭଙ୍ଗା କଲେଜ ନିକଟରେ ଗୁରୁବାର ସକାଳେ ଜଣେ ମହିଳା ଅଙ୍ଗନଓାର୍ଡୀ କର୍ମୀଙ୍କ ଭ୍ୟାନିଟି ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ସାଇକେଲରେ ଯାଉଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସିବା ତାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପିନେଇ ଫେରାର ମାରିଥିଲେ । ସୂଚନା ଅନୁଯାୟୀ, ଗତକାଲି ସକାଳେ କୁଟୀଝାର ଅଙ୍ଗନଓାର୍ଡୀ କର୍ମୀଭାବେ କାର୍ୟ୍ୟକରୁଥିବା ସୁରୁଣ୍ଡି ଗ୍ରାମର ଇନ୍ଦୁମତି ବେହେରା ଏକ ସାଇକେଲ ଯୋଗେ ଯାଉଥିଲେ । ଏହି ସମୟରେ ହରଭଙ୍ଗା କଲେଜର ବୁକେଶିଙ୍ଗା ରାସ୍ତା ନିକଟରେ ଦୁଇଜଣ ଦୁର୍ବୃତ୍ତଏକ କଳା ପଲସର ବାଇକରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଥିଲେ । ଭେନିଟିରେ ମହିଳାଙ୍କ କିଛି ଟଙ୍କା ସହ ପାସବୁକ୍ ଥିଲା । ସୌଭାଗ୍ୟବଶତଃ ମୋବାଇଲଟି ତଳେ ପଡିଯିବାରୁ ମୋବାଇଲଟି ରହିଯାଇଥିଲା । ଏ ସର୍ମ୍ପକରେ ଅଙ୍ଗନଓାର୍ଡୀକର୍ମୀ ଜଣଙ୍କ ହରଭଙ୍ଗାଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ହରଭଙ୍ଗା ଅଂଚଳରେ ଦିନଦ୍ୱିପହର ସକାଳ ସମୟରେ ଏଭଳି ଲୁଟ୍ ଘଟଣା ପ୍ରଥମଥର ପାଇଁ ଘଟିଥିବାବେଳେ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ହରଭଙ୍ଗା ପୁଲିସ ଏ ଦିଗରେ କଡାକାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକମାନେ ଦାବି କରିଛନ୍ତି ।

Comments are closed.