ମା’ ଦକ୍ଷିଣକାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହରଭଙ୍ଗା/ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ବାବା ଚନ୍ଦ୍ରଶେଖର ସ୍ପୋଟର୍ସ କ୍ଳବ ପକ୍ଷରୁ ୧୬ ତମ ମା ଦକ୍ଷିଣ କାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନି ଖେଳ ଆଡେଣୀଗଡ ଓ କୁଶାସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଡେଣୀଗଡ ଦଳ୧୫ ଓଭରରେ ୧୭୨ ରନ କରିଥିବା ବେଳେ କୁଶାସିଙ୍ଗା ଦଳ ୧୪ ଓଭରରେ ସମସ୍ତ ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲା। ଖେଳରେ ଆଡେଣୀଗଡ ଦଳ ବିଜୟୀ ହୋଇଥିଲା। ଉଦଘାଟନି ଖେଳରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ହିମାଂଶୁ ଶେଖର ସାହୁ ଓ ସମ୍ମାନୀତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ମନୋଜ କୁମାର ପ୍ରହରାଜ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଖେଳକୁ ଅମ୍ପାୟର ଭାବେ ସବ୍ୟସାଚୀ ଭୋକ୍ତା ଓ କ୍ଷୀରୋଦ କୁମାର ନାୟକ ପରିଚାଳନା କରିଥିଲେ।

Comments are closed.