ରୋଗାକ୍ରାନ୍ତ ବୃଦ୍ଧ ଦମ୍ପତିଙ୍କୁ ମିଳୁନି ଚିକିତ୍ସା ସହାୟତା

ହରଭଙ୍ଗା:ମଜୁରୀ କଲେ ଜଳେ ଚୁଲି। ମୁଣ୍ଡ ଗୁଞିବାକୁ ରହିଛି ମାଟିଝାଟି ଚାଳ ଘର ଖଣ୍ଡିଏ। ଦାରିଦ୍ର କଷାଘାତରେ ଦୁଃଖ କଷ୍ଟରେ ଜୀବନ ବିତୁଥିବା ବେଳେ ରୋଗ ଏମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧଜିଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ପଞ୍ଚାୟତ ଅର୍ନ୍ତଗତ ଡିଗସୀରା ଗ୍ରାମରେ। ଏହି ଗ୍ରାମର ବାସିନ୍ଦା କଂସ ବଗର୍ତ୍ତି(୬୦) ଏବଂ ତାଙ୍କ ପନ୍ତ୍ରୀ ବିଳାସ ବଗର୍ତ୍ତି (୫୦)। ଦୀର୍ଘ ୪ବର୍ଷହେଲା କଂସ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ ଚଳେଇଛନ୍ତି।ଅନ୍ୟପଟେ ପନ୍ତ୍ରୀ ଟି.ବି ସହିତ ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି।

 

ଦୁଇ ବୃଦ୍ଧ ଦମ୍ପତି ରୋଗାଗ୍ରସ୍ତ ଅବସ୍ଥାରେ ଜୀବନ କାଟୁଥିବା ବେଳେ ଅର୍ଥାଭାବ ଗରିବୀ ଏମାନଙ୍କ ଚିକିତ୍ସାରେ ବାଧକ ସାଜିଛି। ପରିଣତ ବୟସରେ ଦୁହେଁ ଦୁହିଁଙ୍କ ଆଶାବାଡି ସାଜିବା ବଦଳରେ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ ଚଳେଇଛନ୍ତି। ତୁରନ୍ତ ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଦମ୍ପତିଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

Comments are closed.