ହରଭଙ୍ଗାରେ ବିଜେପିର ବନ୍ଦ ପାଳନ ସମୟରେ ଗଣ୍ଡଗୋଳ

ହରଭଙ୍ଗା: ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ ବୌଦ୍ଧ ବିଜେପି ପକ୍ଷରୁ ଶନିବାର ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ବିଜେପି କର୍ମୀମାନେ ହରଭଙ୍ଗା ବ୍ଲକ ଦୁଇ ପ୍ରମୁଖ ବଜାର ଚାରିଛକ, ପୁରୁଣାକଟକରେ ପିକେଟିଂ କରି ଦୋକାନ, ବଜାର, ଗାଡି ମଟର ସବୁ ବନ୍ଦ କରିଥିଲେ। ଫଳରେ ବ୍ଲକରେ ବନ୍ଦର ପ୍ରଭାବ ଅନୁଭୁତ ହୋଇଥିଲା। ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ସମୟରେ ପୁରୁଣାକଟକ ବଜାରର ଜନୈକ ବ୍ୟବସାୟୀ ଦୋକାନ ଖୋଲିବାକୁ ନେଇ ବିବାଦ ଉପୁଜିଥିଲା। ଖବରପାଇ ଘଟଣାସ୍ଥଳରେ ପୁରୁଣାକଟକ ପୁଲିସ ପଂହଚିଥିଲେ ସୁଦ୍ଧା ପୁଲିସ ଉପସ୍ଥିତିରେ ବ୍ୟବସାୟୀ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଧସ୍ତାଧସ୍ତି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏଭଳି ଘଟଣା ପରେ ପୁରୁଣାକଟକ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଆଲୋଚନା କରିଥିବା ପୁରୁଣାକଟକ ଆଈ.ଆଈ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

Comments are closed.