ଜଳୁନି ସୋଲାର ଲାଇଟ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଅନୁରୋଧ

ହରଭଙ୍ଗା:ଜାତୀୟ ରାଜପଥରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହରଭଙ୍ଗା ବ୍ଲକର ୫୭ ନଂ ଜାତୀୟ ରାଜପଥର ଚାରିଛକ ବଜାରରେ ସୋଲାର ଲାଇଟ ସଂଯୋଗ କରାଯାଇଛି। ସେହପରି ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏହି ଆଲୋକିକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ଦିନ କେଇଟା ତଳେ ଲାଗିଥିବା ସୋଲାର ଲାଇଟରୁ ଅର୍ଦ୍ଧାଧିକ ଜଳୁନଥିବାରୁ ଏହା କେବଳ ଠିକାଦାର ପୋଷାନୀତିରେ ସଂଯୋଗ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସମସ୍ୟା ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.