ହରଭଙ୍ଗାରେ କାୟା ମେଲଉଛି କୋରୋନା

ଦୁଇଦିନରେ ବ୍ଲକରୁ ୨୩, ପୁରୁଣାକଟକ ଥାନାରୁ ୪ଜଣ

ହରଭଙ୍ଗା : ସଂପ୍ରତି ବୈଶ୍ୱିକ ମହମାରୀ କୋରୋନା ହରଭଙ୍ଗା ବ୍ଲକରେ କାୟା ମେଲାଉଛି। ଦୁଇ ଦିନ ମଧ୍ୟରେ ବ୍ଲକର ବିଭିନ୍ନ ଅଂଚଳରୁ ୨୩ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ ବ୍ଲକର ରବିବାର ପୁରୁଣାକଟକରୁ ୩ଜଣ, ବାମଣ୍ଡା ରତନପୁରରୁ ୨ଜଣ, ବେବଗଡରୁ ଜଣେ, ବାମଣ୍ଡାରୁ ୩ଜଣ, ସରସରାରୁ ୨ଜଣ ଏବଂ ଚାରିଛକରୁ ଜଣେ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସୋମବାର ପୁଣି ପୁରୁଣାକଟକରୁ ୪ଜଣ, ବାମଣ୍ଡାରୁ ଜଣେ, ତିଲେଶ୍ୱରରୁ ୨ଜଣ, ଲକ୍ଷ୍ମଣପୁରରୁ ଜଣେ, ଆଡେଣିଗଡ ସୁର୍ତାଗୁଣ୍ଡାରୁ ଜଣେ ଏବଂ ସରସରା ମାଉଲସିଙ୍ଗାରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ପୁରୁଣାକଟକ ଥାନାର ଉଚ୍ଚପଦସ୍ଥ ଜନୈକ ଅଧିକାରୀ ଏବଂ ତାଙ୍କ ସହଯୋଗୀ ସହିତ ଆଇ.ଆର.ବି ବାଟାଲିୟନ ଚାରିଛକରୁ ୨ଜଣ ସିପାହୀ କୋରୋନା ସଂକ୍ରମିତଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୁରୁଣାକଟକ ଥାନାକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି। ବ୍ଲକରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତ ଅଂଚଳରୁ ସ୍ୱେଛାକୃତଭାବେ ଲୋକେ ଆଂଟିଜନେ କିମ୍ବା ଆର.ଟି.ପି.ସି.ଆର ପରୀକ୍ଷା କରାଇବାକୁ ଅମଙ୍ଗ ହେଉଥିବାରୁ ଆଗକୁ ସଂକ୍ରମିତ ସଂଖ୍ୟା ବ୍ଲକରେ ବୃଦ୍ଧି ପାଇବା ସ୍ୱାସ୍ଥ୍ୟବିଭାଗ ପୂର୍ବାନୁମାନ କରିଛି। ଲୋକେ ସ୍ୱେଚ୍ଛାକୃତ ଭାବେ ପରୀକ୍ଷା କରାଇଲେ ବ୍ଲକରେ କୋରୋନା ଆଗକୁ ବିସ୍ଫୋରକ ରୂପ ଗ୍ରହଣ କରିପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଡାକ୍ତର ସୂଚନା ଦେଇଛନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏଥିପ୍ରତି ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଅଧିକ ସଂକ୍ରମଣ ଅଂଚଳରେ ଆଂଟିଜେନ ଏବଂ ଆର.ଟି.ପି.ସି.ଆର କ୍ୟାମ୍ପ କରାଯାଇ ନିୟମିତ ପରୀକ୍ଷା କରାଇବାକୁ ଦାବି ଉଠୁଛି।

Comments are closed.