ହରଭଙ୍ଗାରୁ ୩୭ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୬୧୮

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଶୁକ୍ରବାର ବ୍ଲକର ବିଭିନ୍ନ ଅଞ୍ଚଳରୁ ୩୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତ ସଂଖ୍ୟା ୬୧୮ରେ ପହଞ୍ଚିଛି।

ଆଜିର ଆକ୍ରାନ୍ତ ତାଲିକାରେ ଶଙ୍କୁଲେଇ ପଞ୍ଚାୟତ ଶଙ୍କରଡା ଗ୍ରାମରୁ ସର୍ବାଧିକ ୧୩ଜଣ, ତିଲେଶ୍ୱରରୁ ୦୬ଜଣ, ମାଣିକପୁରରୁ ୦୪ଜଣ, ଜାମ୍ମୁପଦର, ଶ୍ୟାମସୁନ୍ଦରପୁରରୁ ୨ଜଣ ଲେଖାଏଁ ଏବଂ ଖଜୁରୀଆ, ଗୁଣ୍ଡୁରୀସାହି, ସରସରା, ମାଉଲସିଙ୍ଗା, ବରଝୁଲି, ଲାଣ୍ଡିବନ୍ଧ, ପୁରୁଣାକଟକ, ଜିଆକଟା, ଲୁଣିବାହାଲ ଏବଂ ହାଟ ଗାଁରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.