ହରଭଙ୍ଗାରୁ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୩୨

ହରଭଙ୍ଗା: ବୌଦ୍ଧ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ତାଲିକାରେ ହରଭଙ୍ଗା ବ୍ଲକର ଛତ୍ରଙ୍ଗ, ହରଭଙ୍ଗା, କରଡି, ଆଡେଣିଗଡ, ମହୀବାହାଲ୍, ଲଇଗାଁ ଏବଂ ସରସରା ଗ୍ରାମରୁ ଜଣେ ଲେଖାଏଁ ମୋଟ ୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଦିନକୁ ଦିନ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ବୃଦ୍ଧି ଘଟଣା ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

Comments are closed.