ପାରିବାରିକ କଳହରୁ ହତ୍ୟାକାଣ୍ଡ ; ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ୍ୟୁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଆଡେଣିଗଡ ଗୁଣ୍ଡୁରିସାହିରେ ମଙ୍ଗଳବାର ସଂନ୍ଧ୍ୟାରେ ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି।ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।ମୃତ ସ୍ୱାମୀ ଜଣଙ୍କ ହେଉଛନ୍ତି ତରଣୀ ସିଂ ପ୍ରଧାନ(୩୭) ବୋଲି ପୁଲିସ ସୁତ୍ରରୁ ସୂଚନା ମିଳିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଆନୁସାରେ ସଂନ୍ଧ୍ୟାରେ ଆଡେଣିଗଡ ଗୁଣ୍ଡୁରିସାହି ରେ ଘରଜ୍ୱାଇଁ ଭାବେ ରହୁଥିବା ତରଣୀ ସିଂ ପ୍ରଧାନ ଓ ତାଙ୍କ ପନ୍ତ୍ରୀ କୁନୁ ପ୍ରଧାନଙ୍କ ମଧ୍ୟରେ ପାରିବାରିକ କଳହ ଘଟିଥିଲା।ଏଥିରେ ପନ୍ତ୍ରୀ କୁନୁ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ସ୍ୱାମୀଙ୍କ ବେକ ଓ ଛାତିକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା।ଖବରପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚି ତରଣୀଙ୍କ ରକ୍ତଜୁଡୁବୁଡୁ ଶରୀରକୁ ଉଦ୍ଧାର କରି ହରଭଙ୍ଗା ଦମକଳବାହିନୀ ସାହାଯ୍ୟରେ ପୁରୁଣାକଟକ ମେଡିକାଲ ପଠାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତରଣୀ ପ୍ରଧାନ ଦୀର୍ଘବର୍ଷହେଲା ଆଡେଣିଗଡ ମୁଖୀ ବସ୍ତିରେ ନାରାୟଣ ମୁଖୀଙ୍କ ଝିଅ କୁନୁ ଙ୍କୁ ବିବାହ କରି ସେଠାରେ ଘରଜ୍ୱାଇଁ ଭାବେ ପିଲା ଛୁଆ ସହିତ ରହିଆସୁଥିଲେ। ତରଣୀଙ୍କ ତିନି ଝିଅ ଗୋଟିଏ ପୁଅ ଥିବା ଜଣାପଡିଛି।

Comments are closed.