ମହିଳା ସ୍ନାତକ କଲେଜରେ ହର ଘର ତ୍ରିରଙ୍ଗା ଅଭିଯାନ

ଆଠଗଡ :  ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବରେଡକ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର ଓ ଏନଏସଏସ ଯୋଜନା ଅଧିକାରିଣୀ ବସିରା ବେଗମଙ୍କ ସଂଯୋଜନାରେ ଅନୁଷ୍ଠିତ ଏଙି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଶୁଭାରମ୍ଭ କରି ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ ହେଉଥିବା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତିଘରେ ୧୩-୧୫ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକାକୁ ସମ୍ମାନର ସହିତ ଲଗାଇବାକୁ ଆହ୍ୱାନ ଜଣାଇଥିଲେ। ଆମ ଦେଶର ସମ୍ମାନ ବଢାଇବା ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ପାଇଁ ଅଧ୍ୟାପିକା ବବିତା ସାହୁ ଓ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବଳିଦାନ ସଂପର୍କରେ ୨ଅଧ୍ୟାପିକା ଆଲୋକପାତ କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଯୁବରେଡକ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ ଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Comments are closed.