ଇଂରାଜୀ ନବବର୍ଷ ୨୦୨୦ର ଅଭିନନ୍ଦନ ଓ ଶୁଭେଚ୍ଛା

ଭୁବନେଶ୍ବର(ସତ୍ୟଜିତ୍ ସାହୁ):୨୦୧୯ ର ବିଦାୟ ସହ ଇଂରାଜୀ ନୂଆବର୍ଷ ୨୦୨୦ ଆସିଛି ଏବଂ ଚଳନ୍ତି ଇତିହାସର ଏକ ନୂଆପୃଷ୍ଠା ଖୋଲିଛି। ବାଳୁତ ସୂର୍ଯ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରୁକରୁ ଅନ୍ୟମନସ୍କରେ ଆସି ମଧ୍ୟାହ୍ନରେ ପହଚିଂ ସାରିଲେଣି। କେତେବେଳେ ଯେ ଅସ୍ତମତି ରବି ହୋଇ  ପଶ୍ଚିମ ଆକାଶରେ ଦିଗବଳୟକୁ ସ୍ପର୍ଶ କରିବା ତାହା କିଏ ବା କହିବ। ପରିବର୍ତ୍ତିତ ପରିବେଶରେ ନିଜକୁ ସମାଜ ସହ ସମଯୋଜିତ କରୁକରୁ ସମାଧାନର ଚାବି ପେନ୍ଥାଏ ହୋଇଛନ୍ତି କାହାପାଇଁ ସମସ୍ୟାର ପାଚେରୀ। ଜୀବନର ଚଲାବାଟରେ ଚାହୁଁ ଚାହୁଁ କେତେବେଳେ ଘୋର ଅନ୍ଧକାର ମାଡିଆସିବ ତାହା କାହାକୁ ବା ଜଣା। ଘନ ଅନ୍ଧକାରରେ ପରସ୍ପରକୁ ଯେତେ ଖୋଜଲେ ବି ଆଉ କାହାକୁ ପାଇବାନି। ଅରଣ୍ୟ ରୋଦନ ପରି ସବୁ ନିଷ୍ଫଳ ହେବ। ଅହଂଶୁନ୍ୟ ଅମାୟୀକ ମଣିଷଟିଏ ହୋଇ ବଞ୍ଚିବାର ଆଶାନେଇ ଆମେ କେତେ ସଫଳ ତାହା କେବଳ ଆମର ଅନ୍ତରାତ୍ମାକୁ ଆଉ ପରମାତ୍ମାକୁ ଜଣା। ମନେ ହେଉଛି ମୁଖାପିନ୍ଧା ଅଭିନୟ କରୁକରୁ ବାସ୍ତବତାକୁ ଭୁଲି ଗଲେଣି। ଉଚ୍ଚାରଣ ଓ ଆଚରଣରେ ଯୋଜନ ଯୋଜନ ଦୂରତା। ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ପଦରେଣୁ ସ୍ପର୍ଶରେ ପାଷାଣୀ ଅହଲ୍ୟା ଜୀବଦାନ ପାଇଲା ଭଳି କେତେ କେତେ ଭବିଷ୍ୟତ ଏବେବି ଉତକୃଷ୍ଠ ହେବା ପାଇଁ ଆମକୁ ଅପେକ୍ଷ୍ୟାରତ। ଆମର ପାରିବା ପଣିଆ ,ବିବେକ ଅନୁମୋଦିତ କାର୍ଯ୍ୟ ଆଉଟିକେ ନିସ୍ବାର୍ଥପର ଭାବନା ଏବଂ ଅନ୍ୟର ଅନ୍ତଃସ୍ବରକୁ ବୁଝିବାର ଦକ୍ଷତା ଏଥିପାଇଁ ଯଥେଷ୍ଟ। ଏ ନବ ବର୍ଷରେ ମଳୟ ପବନ ସାଜି କାଷ୍ଠକୁ ଚନ୍ଦନରେ ପରିଣତ କରି ବାକି ଜୀବନକଚ ଉପଭୋଗ କରିବାରେ ବ୍ରତି କରିବାରେ ପ୍ରଚେଷ୍ଠା କରିଲେ କେମିତି ହୁଅନ୍ତା।  ଏହା ଆମର ନୂଆବର୍ଷର ସଂକଳ୍ପ ହେବା ଆବଶ୍ୟକ। ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା।

Comments are closed.