କନ୍ଧ ଗଣି ଗ୍ରାମରେ ଋଷି ପୁତ୍ର ଓ କନ୍ୟାଙ୍କ ଦୀକ୍ଷା ଗ୍ରହଣ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମୋହନା : ସ୍ଥାନୀୟ ବ୍ଳକର ସୀମାନ୍ତବର୍ତ୍ତୀ ଗ୍ରାମ କନ୍ଧ ଗଣି ନିକଟରେ ଥିବା ସଙ୍କଟ ମୋଚନ ପଞ୍ଚମୁଖୀ ହନୁମାନଙ୍କ ପୀଠରେ ୠଷିପୁତ୍ର ଓ ୠଷି କନ୍ୟାମାନଙ୍କ ଦୀକ୍ଷା ଗ୍ରହଣ, ପଞ୍ଚମୁଖୀ ହନୁମାନଙ୍କ ପ୍ରତିଷ୍ଠା ଉତ୍ସଵ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲୁ ରହିଛି। ଏହି ଅବସରରେ ମହେନ୍ଦ୍ରଗିରି ଶୈବପୀଠର ସାଧକ ତପସ୍ୱୀ ଭାସ୍କର ତୀର୍ଥ ସରସ୍ଵତୀ (ଲକ୍ଷ୍ମୀ ବାବା) ଯୋଗଦେଇ ଋଷି ପୁତ୍ର ଓ କନ୍ୟାମାନଙ୍କୁ ଦୀକ୍ଷା ଗ୍ରହଣ କରାଇଥିଲେ। ତାଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲୁ ରହିଥିବା ବେଳେ ଋଷି ପୁତ୍ର ଅନ୍ତର୍ଯ୍ୟାମୀ ସ୍ୱରୂପ, ଅଜୟ କୁମାର ସ୍ୱରୂପ, ପୂଜକ ଉଜ୍ଜ୍ଵଳ ମଳିକ, ଜଗନ୍ନାଥ ଶବର, କନ୍ଧ ଶବର, ଡମ୍ବରୁ ମଳିକ, ଶଶି ଶବର, ସୁଶାନ୍ତ ମଣ୍ଡଳ ପ୍ରମୁଖ ଏହି  ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୩ଦିନ ଧରି ମନ୍ଦିର ପରିସରରେ ହୋମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ ଅନୁଷ୍ଠିତ ହୋଇଛି । କର୍ତ୍ତା ଭାବେ ଶିକ୍ଷକ ରମେଶ ଚନ୍ଦ୍ର ସାହୁ କାମ ତୁଲାଇଥିଲେ। ଅଞ୍ଚଳର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.