ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଧୋବାପିଟିଣା ଗ୍ରାମରେ ଶୁକ୍ରବାର ଜଣେ ଯୁବକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ହେଲେ ଗ୍ରାମର ବାସୁଦେବ ମୁଣ୍ଡାଙ୍କ ପୁଅ ଟୁକୁନା ମୁଣ୍ଡା (୨୫)। ଟୁକୁନା ମୁଣ୍ଡା ନିଜ ସ୍ତ୍ରୀ ସହ ଘରେ ରହୁଥିବା ବେଳେ କୌଣସି କାରଣରୁ ସେ ଆଜି ଘର ନିକଟ ମହୁଲ ଗଛରେ ଦଉଡ଼ି ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ସଂନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.