ଇସ୍ରାଏଲ ଉପରେ ଆକ୍ରମଣ ହାମାସକୁ ମହଙ୍ଗା ପଡିବ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ହାମାସ୍‍ ଆତଙ୍କି ଗୋଷ୍ଠୀ ଆମ ରାଜଧାନୀ ଓ ସହରଗୁଡିକ ଉପରେ ଆକ୍ରମଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି। ଶୁକ୍ରବାର ସେ କହିଛନ୍ତି, ଗାଜାରେ ହାମାସ୍‍ ଉପରେ ଚାଲିଥିବା ଆକ୍ରମଣ ବନ୍ଦ କରିବା ପାଇଁ ତାଙ୍କର ଯୋଜନା ନାହିଁ। ହାମାସ୍‍ ଆତଙ୍କି ଗୋଷ୍ଠୀ ଯେଉଁଭଳି ଇସ୍ରାଏଲ ଉପରେ ରକେଟ ମାଡ କରୁଛନ୍ତି, ତାହା ସେମାନଙ୍କୁ ମହଙ୍ଗା ପଡିବ। ଇତିମଧ୍ୟରେ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଲଢେଇ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାରୁ ସମଗ୍ର ବିଶ୍ୱବାସୀ ଚିନ୍ତିତ ହୋଇପଡିଛନ୍ତି। ବିଭିନ୍ନ ରାଷ୍ଟ୍ର ଦୁଇ ପକ୍ଷଙ୍କୁ ସେମାନଙ୍କ ସମର୍ଥନ ଦେଉଥିବାରୁ ପରିସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଉଛି।

Comments are closed.