କେସର ହାଲୱା

ଚିନି – ୫୦୦ ଗ୍ରାମ
ମଇଦା – ୫୦୦ ଗ୍ରାମ
ଘିଅ – ଆବଶ୍ୟକ ପରିମାଣରେ
ବାଦାମ – ୨୫୦ ଗ୍ରାମ
ପିସ୍ତା – ୧୦୦ ଗ୍ରାମ
ସବୁଜ ଗୁଜୁରାତି – ୫୦ ଗ୍ରାମ
ଖିର – ୧କପ
ପାଣି –ଆବଶ୍ୟକ ପରିମାଣରେ
କେସର – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ୫ ମିନିଟ ବସାଇ ପାଣି ଗରମ କରନ୍ତୁ। ଏବେ ଏଥିରେ ଖିର ପକାଇ କିଛି ସମୟ ଫୁଟାନ୍ତୁ। ଏବେ ଏକ ସୂତା କପଡ଼ା ବ୍ୟବହାର କରି ଏହାକୁ ଛାଣି ଏକ ପାତ୍ରକୁ କାଢନ୍ତୁ। ଏବେ ଏହି ମିଶ୍ରଣକୁ ଏକ କଡ଼େଇରେ ରଖି ଗ୍ୟାସରେ ବସାଇ କେସର ପକାଇ ଭଲ ଭାବେ ଫୁଟାନ୍ତୁ। ଧିମା ଆଞ୍ଚଳରେ ଏବେ ଏଥିରେ ମଇଦା ପକାଇ ଭଲ ଭାବେ ଗୋଳାନ୍ତୁ। ମଇଦା ଭଲ ଭାବେ ମିଶିଗଲେ ଏଥିରେ ଘିଅ ପକାଇ ଗୋଳାନ୍ତୁ। ଘିଅ ପକାଇ ଗୋଳାଇବା ପରେ ଏଥିରେ ଗୁଜୁରାତି, ବାଦାମ, ପିସ୍ତା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ୧ ମିନିଟ ଗ୍ୟାସରେ ବସାଇ ଏହାକୁ ଏକ ପାତ୍ରକୁ କାଢି ଚାରି କଣିଆ ଆକାରର କାଟି ଦିଅନ୍ତୁ। ଏବେ ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା କେସର ହାଲୱା।

Comments are closed.