ହଳଦୀ ଚା’ର ଉପକାରିତା

ଶୁଦ୍ଧ ହଳଦୀ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଆମ ପାଚନ ଶକ୍ତିକୁ ମଧ୍ୟ ଭଲ କରୁଥିବାର ବିଶେଷଜ୍ଞଙ୍କ ମତ। ଦୈନିକ ହଳଦୀ ଖିର କିମ୍ବା ଦଳଦୀ ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
• ଲୋକପ୍ରିୟ ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର୍‌ଙ୍କ ମତରେ ରାତିରେ ହଳଦୀ ଖିର ପିଇବା ସ୍ବାସ୍ଥ୍ୟ ପାଇଁ ମହୌଷଧି ପରି କାମ କରେ। ୨ କପ୍ ଖିରକୁ ଭଲଭାବେ ଫୁଟାଇ ସେଥିରେ ୧ଚାମଚ ହଳଦୀ ମିଶାଇ ଅଧିକ ୫ ମିନିଟ୍ ଫୁଟାନ୍ତୁ। ପରେ ଏହାକୁ ନଖଉଷୁମ କରି ପିଇବା ଉଚିତ। ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏହି ପାନୀୟ କର୍କଟ ରୋଗ ହେବାର ଆଶଙ୍କା କମ୍ କରେ।
• ସକାଳବେଳା ହଳଦୀ ଚା’ ପିଇଲେ ତାହା ଯକୃତ ରୋଗରୁ ରକ୍ଷା କରିବା ସହ ଆମ ତ୍ବଚା ଓ କେଶ ନିମନ୍ତେ ଉତ୍ତମ ଖୋରାକ୍ ହୋଇଥାଏ।
• ହଳଦୀ ଚା’ରେ ଅଳ୍ପ ଅଦାରସ ମଧ୍ୟ ମିଶାଇ ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ।

Comments are closed.