ହଜ୍‍ ଯାତ୍ରୀଙ୍କୁ ମିଳିବ କରୋନା ଟିକା

ଚଳିତ ବର୍ଷ ହଜ୍‍ ଯାତ୍ରାରେ ଯିବାକୁ ଥିବା ଯାତ୍ରୀମାନଙ୍କୁ କରୋନା ଟିକା ଦେବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍‍ ନକ୍‍ବୀ କହିଛନ୍ତି। ଗତକାଲି ମୁମ୍ବାଇରେ ହଜ୍‍ କମିଟିର ଏକ ବୈଠକରେ ଯୋଗ ଦେବା ପରେ ସେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ହଜ୍‍ ଯାତ୍ରା ପାଇଁ ଜାନୁଆରୀ ୧୦ ତାରିଖ ଆବେଦନର ଶେଷ ସମୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଆବେଦନ ଗୁଡ଼ିକ ମଧ୍ୟରୁ ୫୦ ପ୍ରତିଶତ ଆବେଦନ ମହିଳାମାନେ କରିଥିବା ସେ ଦର୍ଶାଇଛନ୍ତି। ସେଥିମଧ୍ୟରୁ ୭୦୦ ଜଣ ନିଜ ସହ କୌଣସି ପୁରୁଷ ସହଯୋଗୀଙ୍କୁ ନ ନେବା ପାଇଁ ଦର୍ଶାଇଛନ୍ତି। ଚଳିତ ବର୍ଷ ଜୁନ୍‍-ଜୁଲାଇ ମଧ୍ୟରେ ହଜ୍‍ ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

Comments are closed.