ଶୀତଋତୁ ; କେଶ ପାଇଁ ସରଳ ଉପାୟ

ଶୀତଋତୁରେ  ସାଧାରଣ କେଶ ଜନିତ ସମସ୍ୟା ଦେଖାଯାଇଥାଏ।  ଶୀତଋତୁରେ , ଆପଣଙ୍କୁ କେଶ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।  ଏହି ଟିପ୍ସ ଗୁଡିକ ଆପଣାନ୍ତୁ –

ହାଲୁକା ଉଷୁମ ତେଲ ସହିତ ମସାଜ୍ କରନ୍ତୁ: ଏଥିପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ। ତେବେ ଏହାକୁ ଉଷୁମ କରନ୍ତୁ ଏବଂ କେଶରେ ମାଲିସ୍ କରନ୍ତୁ । ଏହା ଆପଣଙ୍କ କେଶକୁ କୋମଳ ସହ ଘନ କରିବ।

ଶୀତଳ ପବନ କେଶକୁ ମଧ୍ୟ ପ୍ରଭାବିତ କରିଥାଏ ।  ତେଣୁ ଯେତେବେଳେ ଆପଣ ବାହାରକୁ ଯାଆନ୍ତି, କପଡା ଦ୍ୱାରା କେଶକୁ ଘୋଡାଇ ରଖନ୍ତୁ ।

ଶୀତଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ ।

କଣ୍ଡିସନରକୁ ଅଣଦେଖା କରନ୍ତୁ ନାହିଁ: କେଶ ଧୋଇବା ପରେ କଣ୍ଡିସନର କରିବାକୁ ଭୁଲନ୍ତୁ ନାହିଁ  ।  ସପ୍ତାହରେ ଦୁଇଥର କେଶକୁ  ନିଶ୍ଚିତ କଣ୍ଡିସନର କରନ୍ତୁ ।

Comments are closed.