ଘରୋଇ ମାସ୍କରେ ନିଅନ୍ତୁ କେଶର ଯତ୍ନ

ବିଭିନ୍ନ ପ୍ରକାର କେମିକାଲ୍ ଟ୍ରିଟମେଣ୍ଟ କରାଇବା ପରେ କେଶ ଦୁର୍ବଳ ହୋଇ ଅଧିକ ଝଡ଼ିଥାଏ। ନାମୀ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍ ହୁସୈନ୍‌‌ଙ୍କ ମତରେ ଘରେ ମାସ୍କ ତିଆରି କରି କେଶରେ ଲଗାଇଲେ ଅନେକ ସମସ୍ୟା ଦୂର ହୁଏ।
– ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥବାରୁ ତାହା କେଶ ମୂଳକୁ ଶକ୍ତ କରେ। ଶୁଷ୍କ କେଶକୁ ମଏଶ୍ଚରାଇଜରିଂ କରିବାର ସରଳ ଉପାୟ ହେଉଛି ସପ୍ତାହକୁ ଥରୁଟିଏ କେଶରେ ଅଣ୍ଡା ପ୍ୟାକ୍ କେଶରେ ଲଗାଇବା। ଅଣ୍ଡାକୁ ଭଲରେ ଫେଣ୍ଟି ସେଥିରେ କଞ୍ଚା ଖିର ଅଳ୍ପ ମିଶାଇ କେଶରେ ୨୦ ମିନିଟ୍ ଲଗାଇ ଶ୍ୟାମ୍ପୁ କରିନେବେ।
– ମହୁ, ଏହା ମଧ୍ୟ କେଶକୁ ଭରପୂର ପୋଷକ ଯୋଗାଇଥାଏ। ମହୁ ଓ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି କେଶମୂଳରେ ଲଗାଇବେ। ମେହେନ୍ଦୀ ପ୍ୟାକ୍‌ରେ ଏସବୁ ମିଶାଇ କେଶରେ ଲଗାଇବା ଭଲ।
– ଘି-କୁଆଁରୀ ରସ, ୨ ବଡ଼ ଚାମଚ ନଡ଼ିଆ ତେଲ, ଦହି ମିଶାଇ ପ୍ୟାକ୍ କରି କେଶରେ ଲଗାଇ ପରେ ଥଣ୍ଡା ପାଣିରେ ଧୋଇନିଅନ୍ତୁ। ସପ୍ତାହରେ ଥରୁଟିଏ ଏଇ ପ୍ୟାକ୍ ଲଗାଇଲେ ଲାଭ ମିଳେ।
– କେମିକାଲ ଟ୍ରିଟ୍‌ମେଣ୍ଟ କେଶରେ କରାଇଥିଲେ କେଶ ଝଡ଼ା ଓ ଅକାଳରେ ପାଚିବାର ସମସ୍ୟା ହୋଇଥାଏ। ବଜାରର ନାମୀ କମ୍ପାନୀର ଶ୍ୟାମ୍ପୁ ପରିବର୍ତ୍ତେ ହର୍ବାଲ୍ ଶ୍ୟାମ୍ପୁ ବ୍ୟବହାର କରନ୍ତୁ।

Comments are closed.