ଇଭିଏମ ଓ ଭିଭିପାଟରେ କୌଣସି ଜାଲିଆତି କରାଯାଇପାରିବ ନାହିଁ : ପୂର୍ବତନ ସିଇସି ଏସ୍‍. ୱାଇ. କୁରେଶି

ବେଙ୍ଗାଲୁରୁ : ଇଲେକ୍‍ଟ୍ରୋନିକ୍‍ ଭୋଟିଂ ମେସିନ୍‍ ଓ ଭିଭିପାଟରେ କୌଣସି ଜାଲିଆତି ବା ହେରଫେର କରାଯାଇପାରିବ ନାହିଁ ବୋଲି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର୍‍ ଏସ୍‍. ୱାଇ. କୁରେଶି କହିଛନ୍ତି । କିନ୍ତୁ ସେ କହିଛନ୍ତି, ଏ ସମ୍ବନ୍ଧୀୟ ସନ୍ଦେହ ଦୂର କରି ନିର୍ବାଚନ କମିଶନର୍‍ ବିରୋଧୀ ଦଳ ଓ ଜନସାଧାରଣଙ୍କୁ ସମସ୍ତ ବିଷୟ ସ୍ପଷ୍ଟ କରିବା ଉଚିତ।

ସମ୍ପ୍ରତି ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନେ ଇଲେକ୍‍ଟ୍ରୋନିକ୍‍ ଭୋଟିଂ ମେସିନ ଓ ଭିଭିପାଟରେ ଜାଲିଆତି କରାଯାଉଥିବାର ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନ୍‍ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କ ସହ
ଆଲୋଚନା ବେଳେ ଶ୍ରୀ କୁରେଶି କହିଛନ୍ତି, ନିର୍ବାଚନ କମିଶନ୍‍ ଉପରେ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବାକୁ ହେବ।

ଅନ୍ୟ ପକ୍ଷରେ ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ(ବେଲ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏମ.ଭି ଗୌତମ କହିଛନ୍ତି ତାଙ୍କ ସଂସ୍ଥା ପକ୍ଷରୁ ୨୦୧୯ ଲୋକସଭା ନିର୍ବଚନ ପାଇଁ ଯୋଗାଇ ଦିଆଯାଇଥିବା ଇଭିଏମ ଓ ଭିଭିପାଟରେ କୌଣସି ଜାଲିଆତି କରାଯାଇପାରିବ ନାହିଁ।

 

Comments are closed.