ଧାମରାରେ ଶିଳ୍ପ ପାର୍କ ପାଇଁ ଜନଶୁଣାଣୀ

ଧାମରା: ଧାମରାରେ ଶିଳ୍ପ ପାର୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଜନଶୁଣାଣୀ ଆଜି ଶେଷ ହୋଇଛି। ବିନା ବାଧା ବିଘ୍ନରେ ଏହି ଜନଶୁଣାଣୀରେ ଶେଷ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ସମସ୍ତ ଜମିହରାଙ୍କ ସ୍ୱର ଏକ ହୋଇ ଯାଇଛି। ଜମି ହରାଉଥିବା ଜମି ମାଲିକ ଏବଂ ଭାଗ ଚାଷୀମାନେ ଜମି ମୁଲ୍ୟର ୬ଗୁଣା ଅର୍ଥ ଦାବୀ କରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଜମିହରା ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ,ପରିବେଶ ସନ୍ତୁଳିତ କରିବା ପାଇଁ ପ୍ରୟାଶ ସହ ସମସ୍ତ ଗ୍ରାମ୍ୟ ଜଙ୍ଗଲ ଜମିରେ ନୂତନ ଜଙ୍ଗଲ ସୃଷ୍ଟି,ଅଂଚଳର ସାମୁହିକ ଉନ୍ନତି, କୋର କମିଟି ଗଠନ ବେଳେ ସମସ୍ତ ରାଜନୈତିକ ଦଳ, ଶିକ୍ଷାବିତ, ପରିବେଶବିତ, ଗଣମାଧ୍ୟମ ସାମ୍ବାଦିକ ମାନଙ୍କୁ ନେଇ କୋର କମିଟି ଗଠନ ଏବଂ ପରିଶେଷରେ ଧାମରାରେ ୧ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ସ୍ଥାପନ କରିବା ସହ ଧାମରା ଅଂଚଳରେ ଥିବା ସମସ୍ତ ମେଡିକାଲରେ ଜଣେ ଲେଖାଏ ଏମବିବିଏସ ଡାକ୍ତର ନିଯୁକ୍ତି ଦାବୀ ରଖିଛନ୍ତି। ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟର ତୃତୀୟ ଦିନରେ ଜଗନ୍ନାଥ ପ୍ରସାଦ ଏବଂ କଇଥଖୋଲା ମୌଜାର ୫୧୩ ବେସରକାରୀ ଜମି ଏବଂ ୮୪ଏକର ସରକାରୀ ପାଇଁ ଏହି ଜନଶୁଣାଣୀ ସ୍ତିରୀକୃତ ହୋଇଥିଲା।

ଆଜିର ଶେଷ ପଯ୍ୟାୟରେ ସମସ୍ତ ଜମିହରା ,ଚାଷୀ ମାନେ ଉପସ୍ଥିତ ରହି ନିଜ ନିଜର ଦାବୀ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସମସ୍ତ ପରିବାରରର ସ୍ଥାୟୀ ନିଯୁକ୍ତି ଦିଆଗଲେ ଅଂଚଳର ସାମୁହିକ ଉନ୍ନତି ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।ଶେଷ ପର୍ଯ୍ୟାୟରେ ଆଜି ଜଗନ୍ନାଥ ପ୍ରସାଦ ମୌାଜାର ୫୦୯ ବେସରକାରୀ ଜମି ଏବଂ କଇଥଖୋଲା ମୌଜାର ୪ଏକର ବେସରକାରୀ ଜମି ପାଇଁ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ଜନଶୁଣାଣୀରେ ନବକୃଷ୍ନ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ତରଫରୁ ପ୍ରଫୁଲ ରାଉତ ଉପସ୍ତିତ ସମସ୍ତ ଜମିହରା ମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିବା ସହ ଜମି ହରାଉଥିବା ଚାଷୀ ମାନଙ୍କ ସରକାରଙ୍କ ବିଞପ୍ତି ଅଣୁଯାୟୀ ସମସ୍ତ ନିୟମ କାନୁନକୁ ପ୍ରାଞଳ ଭାବେ ବୁଝାଇଥିଲେ। ସାଧାରଣ ଜନତାଙ୍କ ସମସ୍ତ ପ୍ରଶ୍ନର ଉତର ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ,ଉପଜିଲ୍ଲାପାଳ ମନୋଜ ପାତ୍ର,ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳ ଏବଂ ଇଡକୋ ପକ୍ଷରୁ ଏରିଆ କୋଅର୍ଡିନେଟର ଜତୀନ୍ଦ୍ର ଦାସ,ଚାନ୍ଦବାଲି ତହସିଲର ଅତିରିକ୍ତ ତହସିଲଦାର ଦିପ୍ତିରଞନ ଜେନା, ନବକୃଷ୍ନ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ତରଫରୁ ପ୍ରଫୁଲ ରାଉତ ପ୍ରମୁଖ ଜମିହରାଉଥିବା ଲୋକଙ୍କ ସମସ୍ତ ପ୍ରଶ୍ୱର ଉତର ରଖିଥିଲେ।

ଆଜିର ଏହି ଜନଶୁଣାଣୀ ଶିବିରରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତକ ନାଥ ମଣ୍ଡଳ ସଭାପତିତ୍ୱ ସହ ପରିଚୟ ପ୍ରଦାନ, ଚାନ୍ଦବାଲି ତହସିଲଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ଜନଶୁଣାଣୀ ଶିବିର କଇଥଖୋଲା ପଞ୍ଚାୟତରେ କୃଷ୍ଣ ପ୍ରସାଦ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଆଜିର ଏହି ଜନଶୁଣାଣୀ ଶିବିରରେ କଇଥଖୋଲା ସରପଂଚ ଅନିତା ସାମଲ,ସରପଞ୍ଚଙ୍କ ପ୍ରତିନିଧି ବୈରୀଗଞନ ସାମଲ,ସମିତିସଭ୍ୟା ସୁବାସୀନି ମହାପାତ୍ର, ବିଶ୍ୱଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଦାବୀ ଉପସ୍ଥାପନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ବଲ୍ଲଭ ସାହୁ, ତୁସୀଲ ମାଝୀ, ଶୋଭନ କୁମାର ସ୍ୱାଇଁ, ଶ୍ରିକାନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ। ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞନ ଦାଶ ମହାପାତ୍ର, କଇଥଖୋଲା ରାଜସ୍ୱ ନିରୀକ୍ଷକ ଅଜାତ ଶତ୍ରୁ ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିବା ବେଳେ ପୂର୍ବତନ ତହସିଲ ସୁପରଭାଇଜର ଦାଶରଥି ଦାସ ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ନେତୃତ୍ୱରେ ଆଜିର ଏହି ଶିବିରକୁ ଜିଲା ପ୍ରଶାସନର ବହୁ କର୍ମକର୍ତା ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିବାରେ ସାହାଯ୍ୟ ଏବଂ ସହଯୋଗ କରିଥିଲେ।

Comments are closed.