ଜାତିସଙ୍ଘ ମହାସଚିବଙ୍କୁ ଚିଠି ଲେଖିଲେ ପଞ୍ଚମ ଶ୍ରେଣୀ ଛାତ୍ର

ଗୁଆହାଟୀ : ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ) ଓ ଏନ୍‌ଆରସି ପ୍ରସଙ୍ଗରେ ଆସାମର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କକୁ ଚିଠି ଲେଖିଛନ୍ତି। ଗୁଆହାଟୀସ୍ଥିତ ଡନ୍‌ ବୋସ୍‌କୋ ସ୍କୁଲର ଛାତ୍ର ଯଶବୀର ଆଲାମ ଇସ୍‌ଲାମ ‘ଆମେ ହତାସାବୋଧ କରୁଛି’ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସମ୍ପ୍ରତି ଚାଲିଥିବା ବିକ୍ଷୋଭ ଶୋଭାଯାତ୍ରାବେଳେ ଘଟିଥିବା ହିଂସାକାଣ୍ଡ ଓ ପୁଲିସର ନିଷ୍ଠୁରତା ଏବଂ କର୍ଫ୍ୟୁଜନିତ ଅସୁବିଧା ପୂର୍ବରୁ କେବେ ଅନୁଭବ କରି ନଥିବା ସେ ଆବେଗିକ ଭାବେ ଚିଠିରେ ଲେଖିଛନ୍ତି। ଏଥିସହିତ ସେ ସମସ୍ୟାର ସମାଧାନ ପାଇଁ ଗୁଟେରସ୍‌ଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଏହି ଚିଠି ପଠାଇବାରେ ଯଶବୀରଙ୍କୁ ତାଙ୍କ ମାଆ ଆଫ୍ରିଦା ହୁସେନ୍‌ ସହାୟତା କରିଛନ୍ତି। ଆଫ୍ରିଦା ହେଉଛନ୍ତି ଜଣେ ସାମ୍ବାଦିକା।

Comments are closed.