ଗୁଟଖା ଓ ପାନମସଲାରେ ମ୍ୟାଗ୍ନେସିୟମ କାର୍ବୋନେଟ୍; ଉତ୍ପାଦନ ଓ ବିକ୍ରି ଉପରେ ଝାଡ଼ଖଣ୍ଡ ସରକାରଙ୍କ ପ୍ରତିବନ୍ଧକ

ରାଞ୍ଚି: ପାନ ମସଲା ଓ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ।  ରାଜ୍ୟରେ ଏହି  ପାନମସଲା ଓ ଗୁଟଖା ଉତ୍ପାଦନ କିମ୍ବା ବିକ୍ରି କରାଯାଇ ପାରିବ ବୋଲି ନିର୍ଦେଶନାମା ଜାରି କରିଛନ୍ତି । ପ୍ରତିବନ୍ଧକ ଲଗାଯାଇଥିବା ପାନମସଲା ମଧ୍ୟରେ ରହିଛି ରଜନୀଗନ୍ଧା, ବିମଲ, ଶିଖର, ପାନ ପରାଗ, ଦିଲରୁବା, ରାଜନିବାସ, ସୋହରତ, ମୁସାଫିର, ମଧୁ, ବହାର, ପାନ ପରାଗ ପ୍ରିମିୟମ ପରି ବ୍ରାଣ୍ଡ । ଏହି ପାନମସଲା ଓ ଗୁଟଖାରେ ହୃଦରୋଗ ସୃଷ୍ଟିକାରୀ ମ୍ୟାଗ୍ନେସିୟମ କାର୍ବୋନେଟ୍ ମିଳିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ନିର୍ଦେଶନାମା ୧ ବର୍ଷ ପାଇଁ ବଳବତ୍ତର ରହିବ । ଏହା ପୂର୍ବରୁ ଲକ୍ଡ଼ାଉନ ୩ ଘୋଷଣା ସମୟରେ ରାଜସ୍ଥାନ ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ଓ ରାଜ୍ୟରେ ପାନମସଲା ଓ ଗୁଟଖା ବିକ୍ରି ଉପରେ ନିଷେଧାଦେଶ ଲଗାଇଛନ୍ତି ।

 

Comments are closed.