ଗୁରୁମଗୁଡା ହତ୍ୟାକାଣ୍ଡରେ ଜଣକୁ ଗିରଫ କଲା ଚାନ୍ଦିଲି ପୁଲିସ

ଜେକେପୁର: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନ କନ୍ଧ ମାଲିଗାଁ ପଞ୍ଚାୟତ ଗୁରୁମଗୁଡା ଗ୍ରାମରେ ହୋଇଥିବା ହଟ୍ୟାକାଣ୍ଡରେ ଅଭିଯୁକ୍ତ ସିରିପିଲି ନାଗାକୁ ଗିରଫ କରିବାରେ ସକ୍ଷମ ହୋଇଛି ଚାନ୍ଦିଲି ପୁଲିସ ।

ଘଟଣାରୁ ପ୍ରକାଶ ଯେ, ଗୁରୁମଗୁଡା ଗ୍ରାମର ସୁରେଶ ମେଲେକା ନାମକ ଵ୍ୟକ୍ତିକୁ ଉକ୍ତ ଗ୍ରାମର ସିରିପିଲି ନାଗା କୌଣସି କାରଣବଶତଃ ନିକଟସ୍ଥ ଏକ ଆମ୍ବ ତୋଟାରେ ମାରି ଲଟାବୁଦାରେ ଫିଙ୍ଗିଦେଇଥିଲା । ଘଟଣା ଘଟିବାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀ ଏହାର ସୁରାକ ପାଇ ପାରି ନଥିଲେ । ମୃତ ସୁରେଶଙ୍କ ଭାଇ କାମେଶ ଗାଁରେ ନଥିବା ବେଳେ ଏପରି ଘଟଣା ବିଷୟରେ ଅବଗତ ହେବା ପରେ ହତ୍ୟା କରିଥିବା ସ୍ଥାନରୁ ହାଡ଼ କଙ୍କାଳ ଓ ଖପୁରୀ ପାଇ ଚାନ୍ଦିଲି ଥାନରେ ହତ୍ୟାକାରୀ ଅଭିଯୁକ୍ତ ନାମରେ ଏତଲା ଦେଇଥିଲା । ଏତଲାକୁ ଭିତ୍ତି କରି ଚାନ୍ଦିଲି ଥାନା ପକ୍ଷରୁ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର, ମାଜିଷ୍ଟ୍ରେଟ ଓ ଡାକ୍ତର ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଚାଲିଛି ବୋଲି ଚାନ୍ଦିଲି ଥାନା ଅଧିକାରୀ ବିଜୟଲଷ୍ମୀ ହିକକା ପ୍ରକାଶ କରିଛନ୍ତି ।

Comments are closed.