ଗୁରୁକୂଳ ସ୍କଲାର୍ସ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ମନ୍ଦିର ପାର୍ଶ୍ଵରେ ଥିବା ଗୁରୁକୂଳ ସ୍କଲାର୍ସର ତୃତୀୟ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀ ମାଟିର ମହକ ଅନ୍ୟ କେଉଁଠି ମିଳିନାଏ , ଓଡିଶାର ପରମ୍ପରା ସଂସ୍କୃତି ଐତିହ୍ୟ ରହି ଆସିଛି। ସତ୍ୟ ଓ ପବିତ୍ର ମାଟି ସତ୍ୟବାଦୀ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ  ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଓ ତାଙ୍କ ଗୃପ ସଙ୍ଗୀତ ପରିବେଷଣ କରିଥିଲେ । ଆଗାମୀଦିନରେ ଅନୁଷ୍ଠାନର ନାମ ପରିବର୍ତ୍ତନ କରାଯିବ ବୋଲି ରାଧାଚରଣ ଦାସ ମହାରାଜ ଘୋଷଣା କରିଥିଲେ । ଛାତ୍ରଛାତ୍ରୀମାଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ପରିବେଷଣ ହୋଇଥିଲା ଅନୁଷ୍ଠାନର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଥମେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଧୂପ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଆଇନଜିବୀ ଅଞ୍ଜନ କୁମାର ହୋତା ଅତିଥି ପରିଚୟ ଓ ସଂଯୋଜନା କରିଥିଲେ ।

 

Comments are closed.