ରାତ୍ରିର ୩ୟ ପ୍ରହରରେ ଅର୍ପଣ କରାଗଲା ଗଜଭୋଗ

ଗୁରୁଡିଝାଟିଆ: କରୋନା କଟକଣା ଯୋଗୁଁ ପ୍ରଭୁ ଧବଳେଶ୍ୱର ଙ୍କ ଦୁର୍ଲ୍ଲଭ ଲୋଭନୀୟ ବହସିଂହାର ବେଶ ଦେଖିବାରୁ ଶ୍ରଦ୍ଧାଳୁ ହୋଇଛନ୍ତି ବଞ୍ଚିତ। ହେଲେ ପରମ୍ପରା ଓ ବିଧିକୁ ବଜାୟ ରଖିବା ପାଇଁ ପ୍ରଭୂ ଧବଳେଶ୍ୱରଙ୍କ ବଡସିଂହାରବେଶ ପୂଜକସମିତି ଦ୍ୱାରା ସଂପନ୍ନ ହୋଇଛି। ରାତ୍ରି ସାଢେ ୨ଟାରୁ ପ୍ରଭୂଙ୍କ ସ୍ନାନ ଅନୁଷ୍ଠିତହୋଇଥିଲା। ନୀତି ପାଳିଆ ଗୋବିନ୍ଦ ଚନ୍ଦ୍ର ପତ୍ରୀ ପ୍ରଭୂଙ୍କୁ ୧୦୮ଜଳରେ ଅଗୁର ଚନ୍ଦନ ଦେଇ ସ୍ନାନ କରାଇ ଧୁପ, ଦୀପ, ନୈବେଦ୍ୟ ପ୍ରଦାନ କରିଥିଲେ। ଏହାପରେ ରୋଷଘରେ ପ୍ରଭୂଙ୍କ ଗଜଭୋଗ ପ୍ରସ୍ତୁତି ହୋଇଥିଲା। ଏହାପରେ ପ୍ରଭୂଙ୍କୁ ଗଜଭୋଗ ରାତ୍ରର ୩ୟ ପ୍ରହର ରେ ତ୍ରୟୋଦଶୀ ତିଥିରେ ଗଜଭୋଗ ଅର୍ପଣ କରାଯାଇଥିଲା। ପ୍ରଭୂଙ୍କ ବଡସିଂହାର ବେଶ ବେଶ୍‍ ମନୋହର ଯାହାକୁ ଦେଖିବା ପାଇଁ ପୀଠରେ ୫ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥାନ୍ତି। ଏକବାର କରି ରୋଷେଇ କରି ଖାଇ ପୀଠରେ ରାତ୍ରି ଯାପନ କରି ବଡସିଂହାର ବେଶ ଦେଖିବା ସହିତ ଗଜଭୋଗ ନେଇ ଘରକୁ ଫେରିଥାନ୍ତି। ହେଲେ ଏହା କରୋନା ପାଇଁ ସମ୍ଭବ ହୋଇନଥିଲା।

ପୂଜକ ଘରେ ନିର୍ମିତ ହୋଇଥିବା ଗଜଭୋଗ ପୀଠକୁ ଆସି ପ୍ରଭୂଙ୍କ ନିକଟରେ ପୂଜାର୍ଚ୍ଚନା ପରେ ପୂଜକମାନେ ବିଭିନ୍ନ ଯଯମାନଙ୍କ ଘରକୁ ନେଇ ବଣ୍ଟନ କରିଥିଲେ। ପୀଠରେ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଉପସ୍ଥିତ ରହି ପ୍ରଭୂଙ୍କ ନୀତି ଓ ଗଜଭୋଗ ଅର୍ପଣର ସମସ୍ତକାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ।

Comments are closed.