ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଉଦଘାଟିତ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଉଦଘାଟିତ ହୋଇଛି। ଆଠଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି ଟୀକାକରଣ ଅଭିଯାନ ର ପ୍ରକୃତ ଲକ୍ଷ୍ୟକୁ ପୁରଣ କରିବା ଦିଗରେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ସାଧାରଣ ଜନତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ମହତ ଲକ୍ଷ୍ୟ ସ୍ୱତନ୍ତ୍ର ଟୀକାକରଣ ଅଭିଯାନକୁ ସାଫଲ୍ୟ ମଣ୍ଡିତ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ କହିଥିଲେ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ସ୍ୱତନ୍ତ୍ର ଟୀକାକରଣ କଣ, କେଉଁମାନେ ଟୀକା ନେବେ, ଟୀକା କେଉଁ ଦିନମାନଙ୍କରେ ଦିଆଯିବ, ଟୀକା ନେବା ପରେ କଣ କରାଯିବ, ସେ ସଂପର୍କରେ ଅତ୍ୟନ୍ତ ବିଶଦ ଭାବରେ ଉପସ୍ଥିତ ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବୁଝାଇବା ସହ ଏହାର ବ୍ୟାପକ ପ୍ରସାର ଓ ପ୍ରଚାର କରି ସୁରକ୍ଷିତ ଟୀକା ପ୍ରଦାନ କରିବା ସର୍ବୋପରି ସରକାରଙ୍କ ଉଦ୍ଦେଶ୍ୟକୁ ସଫଳ କରିବା ଆମ ଦାୟିତ୍ୱ ବୋଲି କହିଥିଲେ।

Comments are closed.