ଶ୍ରମିକ ନେତାଙ୍କ ବିୟୋଗରେ ଶୋକ

ଗୁରୁଡିଝାଟିଆ: ଅନନ୍ତପୁର ଠାରେ ଥିବା ଭୂବନେଶ୍ୱର ତାପଜ ବିଦ୍ୟୁତ୍‍ କାରଖାନା ପରିସରରେ ଆଜି ଶ୍ରମିକ ନେତା ବଟକିଶୋର ସେଠୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କାରଖାନାର ଉପସଭାପତି ଦେବାଶିଷ ପଟ୍ଟନାୟକ, ଶକ୍ତିକାନ୍ତ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ବିକାଶ କୁମାର ବିଶ୍ୱାଳ, ଧର୍ମେନ୍ଦ୍ର ପ୍ରଧାନ, ଅଜୟ କୁମାର ସ୍ୱାଇଁ, ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଶ୍ରମିକ ଓ କର୍ମଚାରୀ ସଂଗଠନ ପ୍ରତି ସହଯୋଗ ଓ ସେମାନଙ୍କ ମୌଳିକ ସମାସ୍ୟା ସମାଧାନ କ୍ଷେତ୍ରରେ ନେଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରାଯିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଥିବା ବେଳେ ହିନ୍ଦ ମଜଦୁର ସଂଘର ଉପଦେଷ୍ଟା ଭାବରେ ସ୍ଥାନୀୟ ଅଞ୍ଚଳର ଶିଳ୍ପ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ।

Comments are closed.