ଚୋରା ସାଗୁଆନ କାଠ ସହିତ ମିନିଟ୍ରକ ଜବତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଆଜି ସନ୍ଧ୍ୟାରେ ୫୫ ନଂ ଜାତୀୟ ରାଜପଥ ଦେଇ ଓରନ୍ଦା ପାର୍ଶ୍ବକୁ ଯାଉଥିବା ଏକ ଚୋରା ସାଗୁଆନ କାଠ ବୋଝେଇ ମିନିଟ୍ରକକୁ ଜବତ କରିଛନ୍ତି। ଜବତ ମିନିଟ୍ରକରେ ୫୦ ସିପ୍ଟ ଚୋରା କାଠ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଏ। ଜବତ ଚୋରା କାଠକୁ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯିବା ସହିତ ମିନିଟ୍ରକକୁ ଜବତ କରାଯାଇଛି।

ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂ ମାଥୁର, ନିଧିପୁର ବନପାଳ ଦିବ୍ୟସିଂହ ପରିଡା, ଖୁଣ୍ଟୁଣୀ ସଦର ବନପାଳ ସରୋଜ କୁମାର ପଣ୍ଡା ଓ ବନରକ୍ଷୀ ବିଜୟ କୁମାର ମଙ୍ଗରାଜ ପ୍ରମୁଖ ଆଜି ସନ୍ଧ୍ୟାରେ ରାତ୍ରିକାଳୀନ ପଇଁତରା ମାରିବାକୁ ଯାଉଥିବା ବେଳେ ହଠାତ୍‍ ୫୫ ନଂ ଜାତୀୟ ରାଜପଥର ପୁରୁଷୋତ୍ତମପୁର ନିକଟରେ ଏକ ସାଗୁଆନ କାଠ ବୋଝେଇ ମିନିଟ୍ରକକୁ ଦେଖିଥିଲେ। ଗାଡିଟିକୁ ଅଟକାଇ କାଗଜପତ୍ର ଦେଖିବା ପରେ ଏହା ଚୋରାକାଠ ବୋଲି ଜାଣିବା ପରେ କାଠ ଓ ଗାଡିକୁ ଜବତ କରିଥିଲେ ଏବଂ ଗାଡିର ଚାଳକ ଅଟକଥିବା ଜଣାପଡିଛି।

Comments are closed.