କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ

ଗୁରୁଡିଝାଟିଆ: କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ ହୋଇଛି। ଏଥିରେ ନାରାୟଣ ସାହୁ ସଭାପତି ଓ ବିଦ୍ୟୁତ୍‍ ପ୍ରଭା ମହାନ୍ତି ଉପସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍‍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପସ୍ଥିତ ଅଭିଭାବକମାନେ ସଭାପତି ଓ ଉପସଭାପତି ଚୟନ କରିଥିଲେ ଓ ସର୍ବଶ୍ରୀ ଅଜୟ କୁମାର ଖଟୁଆ, ସୁବାସ ଚନ୍ଦ୍ର ସାହୁ, ସୁନିତା ବେହେରା, ଦୀପିକା ମୁଦୁଲି, ମିନା ନାୟକ, ରୀନା ସାହୁ, ଅପନ୍ନା ସୁଚରିତା ସାହୁ, ସନ୍ତୋଷ କୁମାର ପ୍ରଧାନ, ନୃସିଂହ ଚରଣ ବେହେରା ପରିଚାଳାନା କମିଟି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ଦାସ, ତନୁଶ୍ରୀ ବେହେରା, ସୁପ୍ରିୟା ପ୍ରିୟଦର୍ଶିନୀ, ହେମନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ରାଉତ ଓ ଶିବ ପ୍ରସାଦ ପତି ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.