କଖଡିରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ଗୁରୁଡିଝାଟିଆ: ଆଠଗଡ ବିଜୁ ଜନତା ଦଳର ପ୍ରତ୍ୟେକ୍ଷ ତତ୍ୱାବଧାନରେ କଖଡି ପଞ୍ଚାୟତ ପକ୍ଷରୁ ମୋ ପରିବାର ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରରେ ୧୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଦାନ ଶିବିରକୁ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବା ସହିତ ପ୍ରତ୍ୟେକ ରକ୍ତଦାତା ଜଣେ ଜଣେ ସମାଜସେବୀ। ଅନ୍ୟର ଜୀବନକୁ ବଞ୍ଚାଇବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଏହି ଅବସରରେ ରକ୍ତଦାତାମାନଙ୍କୁ ଯୁବନେତା ଶ୍ରୀ ସ୍ୱାଇଁ ମାନପତ୍ର ଦେଇ ଉତ୍ସାହୀତ କରିଥିଲେ।

କଟକ ବଡଡାକ୍ତରଖାନା ରକ୍ତଭଣ୍ଡାର ଡାକ୍ତର ଜଗନ୍ନାଥ ସାହୁ ଓ ଅନ୍ୟତମ କର୍ମଚାରୀ ରାମଚନ୍ଦ୍ର ଖଟୁଆ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାରେ ସହାୟତା ପ୍ରଦାନ କରିଥିଲେ। ସ୍ଥାନୀୟ ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ସମିତିସଭ୍ୟା ତଅପୋଇ ବେଦାନ୍ତ, ଗାଁ ସଭାପତି ତଥା ବିଜୁ ଜନତାଦଳର ବରିଷ୍ଠ କର୍ମୀ ଦିଲ୍ଲିପ କୁମାର ଛତାର, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ସରପଞ୍ଚ ପ୍ରତିନିଧି ବେଣୁଧର ମହାନ୍ତି, ବିଜୟ କୁମାର ରାଉତ, ସନ୍ତୋଷ କୁମାର ବେଉରା, ପ୍ରକାଶ କୁମାର ରାଉତ, କିରଣ କୁମାର ସାହୁ, ଶେଷଦେବ ମୁଦୁଲି, ଶିଳାଦିତ୍ୟ ପରିଡା, ଜୀବନବିନ୍ଦୁ ରକ୍ତଦାନ ଶିବିର ସଂଯୋଜକ ପ୍ରଦୀପ୍ତ କୁମାର ଦାସ, ଅଶୋକ କୁମାର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଯୁବନେତା ଶେକ ସାଜନ ଙ୍କ ସହିତ ପଞ୍ଚାୟତର ବିଜେଡିର ଆଗଧାଡିର କର୍ମୀ, ଛାତ୍ର ଓ ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.