ନୂତନ ବନପାଳ କାର୍ଯ୍ୟାଳୟ ଉଦଘାଟିତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଓରନ୍ଦାରେ ଏକ ନୂତନ ବନପାଳ କାର୍ଯ୍ୟାଳୟକୁ ବନଖଣ୍ଡ ଅଧିକାରୀ ଗୋପିନାଥ ସୁଦର୍ଶଦ ଯାଦବ ଉଦଘାଟନ କରିଛନ୍ତି। ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଅଟ୍ଟାଳିକାରେ ଦୁଇଟି ପ୍ରକୋଷ୍ଠ ଓ ସରକାରୀ କାର୍ଯ୍ୟାଳୟ ପାଇଁ ଅନ୍ୟ ଏକ ପ୍ରକୋଷ୍ଠ ରହିଛି। ଏହା ବନପାଳଙ୍କ ଆବାସିକ କାର୍ଯ୍ୟାଳୟ ଭାବରେ ବ୍ୟବହୃତ ହେବ। ଏହି ଉଦଘାଟନୀ ଉତ୍ସବରେ ସହକାରୀ ବନସଂରକ୍ଷକ ହରେକୃଷ୍ଣ ମଲ୍ଲିକ, ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲସିଂ ମାଥରୁ, ବନପାଳ ରାକେଶ ଦଳାଇ, ବନପାଳ ଦିବ୍ୟସିଂ ପରିଡା, ଉପବନାଞ୍ଚଳ ଅଧିକାରୀଙ୍କ ସହ ବନକର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Comments are closed.