ଜନଜାତି ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ବିତରଣ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ପଞ୍ଚାୟତର କୋଳଥପଙ୍ଗି ଗ୍ରାମରେ ‘ହେଲ୍ପିଙ୍ଗହ୍ୟାଣ୍ଡ’ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ଜନଜାତି ବିଦ୍ୟାର୍ଥୀଙ୍କୁ ପାଠ୍ୟଉପକରଣ ବିତରଣ କରାଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଦାମୋଦର ବେଉରା, ବଦ୍ରିନାରାୟଣ ମହାନ୍ତି, ଦିଲ୍ଲିପ କୁମାର ସ୍ୱାଇଁ, ବିକାଶ କୁମାର ପରିଡା, ଜୀବନ ବଲ୍ଲଭ ବେହେରା ଓ ଚିତ୍ତରଞ୍ଜନ ବେହେରା ପ୍ରମୁଖ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Comments are closed.