ରାସ୍ତା ଉପରେ ଛିଡିଲା ବିଦ୍ୟୁତ ତାର, ଅଳ୍ପକେ ବର୍ତ୍ତିଲେ ଗାଡିଚାଳକ

ଗୁରୁଡିଝାଟିଆ: ବର୍ଷା ନାହିଁ କି ପବନ ନାହିଁ। ପାଗ ନିର୍ମଳ ଅଛି। ହେଲେ ହଠାତ୍‍ ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ଘାଟକୂଳ ଠାରେ ରାସ୍ତା ଉପରେ ଛିଡିପଡିଲା ବିଦ୍ୟୁତ ତାର। ଅଳ୍ପକେ ବର୍ତ୍ତିଲେ ଗାଡିଚାଳକ। ସେଠାରେ ଉପସ୍ଥିତ ଥିବା ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, କଖଡି ବଜାର ସାହି ଉଦୀୟମାନ ଯୁବକମାନେ ରାସ୍ତାର ଉଭୟପାର୍ଶ୍ବରେ ଛିଡା ହୋଇ ଗାଡିଚାଳକଙ୍କୁ ଅଟକାଇଥିଲେ। ବିଦ୍ୟୁତ୍‍ ବିଭାଗ କର୍ମଚାରୀମାନେ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା। ପ୍ରାୟ ୪୫ମିନିଟ ପରେ ବିଦ୍ୟୁତ୍‍ କର୍ମଚାରୀମାନେ ଆସି ବିଦ୍ୟୁତ୍‍ସରବରାହ ଛିନ୍ନ କରିବା ପରେ ଯାନବାହାନ ଚଳାଚଳ ହୋଇଥିଲା।

ଏଠାରେ ପ୍ରଶ୍ନଉଠୁଛି ନିମ୍ନମାନର ବିଦ୍ୟୁତ୍‍ ତାର ବର୍ଷବର୍ଷ ଧରି ପରିବର୍ତ୍ତନ କରାଯାଉନାହିଁ ଓ ବିଦ୍ୟୁତ୍‍ ତାର କେଉଁଠାରେ ଦୁର୍ବଳ ଅଛି ଅନୁଧ୍ୟାନ କରାଯାଉନଥିବାରୁ ଶୁଖିଲାପାଗରେ ରାସ୍ତାଉପରେ ବିଦ୍ୟୁତ୍‍ ତାର ଛିଡି ପଡୁଛି। ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି ସେସୁ ଠାରୁ ଟାଟା ପାୱାର ବିଦ୍ୟୁତ୍‍ ଯୋଗାଣ ପାଇଁ ଦାୟିତ୍ୱ ନେବା ପରେ କେତେ ଉନ୍ନତ ବିଦ୍ୟୁତ୍‍ ବ୍ୟବସ୍ଥା ଯାହା ଜଳଜଳ ହୋଇ ଦେଖାଯାଉଛି ଉପରୋକ୍ତ ଘଟଣା ପରେ।

Comments are closed.