ହରିଣ ଶିକାର ଅଭିଯୋଗରେ ୨ ଶିକାରୀ ହାଜତ ଗଲେ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ହରିଣ ଶିକାର ଅଭିଯୋଗରେ ଆଜି ୨ଜଣ ଗିରଫ ଅଭିଯୁକ୍ତ ହାଜତ ଚାଲାଣ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସାଉରିଆର ଦୈତାରୀ ଜେନା(୪୦) ଓ କଣ୍ଟାଣିଆର ଅଜୟ ମଙ୍ଗୁଆଳ(୨୭)। ହରିଣ ଶିକାର କରିବା ଅଭିଯୋଗରେ ଦୈତାରୀକୁ ବନବିଭାଗ ଗିରଫ କରିବା ସହିତ ତାଠାରୁ ହରିଣ ଚମଡା ଜବତ କରିଥିଲେ। ଆଜି ଗିରଫ ଅଭିଯୁକ୍ତ ଦୈତାରୀକୁ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ପଚରାଉଚରା ପରେ ଅନ୍ୟ ଶିକାରୀଙ୍କ ସଂପୃକ୍ତି ଜାଣିବାକୁ ପାଇଥିଲେ। ଏଣୁ ବନାଞ୍ଚଳ ଅଧିକାରୀ ଶ୍ରୀମାଥୁର ବନକର୍ମଚାରୀଙ୍କ ସହିତ ଅତିକୌଶଳରେ କୁମାରପୁର ପଞ୍ଚାୟତର କଣ୍ଟାଣିଆ ଗାଁକୁ ଯାଇ ଅଜୟ ମଙ୍ଗୁଆଳକୁ ଗିରଫ କରିଥିଲେ। ବହୁ ହରିଣ ଶିକାର କରିବା ସହିତ ମାଂସ କୁ ବିଭିନ୍ନ ଜାଗାରେ ବିକ୍ରୟ କରିବା ନେଇ ଅଭିଯୁ୍‍ତ ଅଜୟ ସଂପୃକ୍ତି ଥିବାରୁ ବନବିଭାଗ ହାତରେ ଲାଗିଥିଲା ତଥ୍ୟ। ଆଜି ଉଭୟ ଗିରଫ ଅଭିଯୁକ୍ତଙ୍କୁ ହାଜତ ଚାଲାଣ କରାଯାଇଛି।

Comments are closed.