ବିଜେପି ରାଜ୍ୟ ମହିଳା ସଂପାଦିକାଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଆଠଗଡ ବିଜେପି ପକ୍ଷରୁ ରାଜ୍ୟର ନବ ନିଯୁକ୍ତ ବିଜେପି ରାଜ୍ୟ ସଂପାଦିକା ରଶ୍ମୀରେଖା ଦାସଙ୍କୁ ଗୁରୁଡିଝାଟିଆ ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ଅଧ୍ୟକ୍ଷତା କରି ତୃଣମୂଳସ୍ତରରେ ମାଆ, ଭଉଣୀ, ବିଶେଷ ନାରୀଶକ୍ତିକୁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖି ଯୋଜନାର ରାହା ପହଞ୍ଚାଇବା ଓ ସେମାନଙ୍କ ବିଶ୍ୱାସ ଭାଜନ ହେବା କ୍ଷେତ୍ରରେ ନବ ନିଯୁକ୍ତ ରାଜ୍ୟ ମହିଳା ସଂପାଦିକା ରଶ୍ମୀରେଖା ଦାସ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଥିଲେ। ପୂର୍ବତନ ଖୁଣ୍ଟୁଣୀ ମଣ୍ଡଳ ସଭାପତି ଉମେଶ ସାମଲ, ପୂର୍ବତନ ମଣ୍ଡଳ ଉପସଭାପତି ଯୋଗେଶ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ବିଚିତ୍ର ଜେନା, ବିଜୟ ସାମନ୍ତରାୟ, ଜ୍ଞାନ ରଞ୍ଜନ ବେହେରା, ପବିତ୍ର ଆଚାର୍ଯ୍ୟ, କୁମରମଣି ଷଣ୍ଢ, ପ୍ରତିମା ପ୍ରଧାନ, ସରୋଜିନୀ ପାତ୍ର, ପ୍ରତିମା ରାଉତ, ନିରଞ୍ଜନନାୟକ, ଅନ୍ତର୍ଯ୍ୟାମି ବେହେରା ଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Comments are closed.