ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଶିକ୍ଷାନୁଷ୍ଠାନ ବିଶୋଧନ ଓ ମାକ୍ସ ବଣ୍ଟନ

ଗୁରୁଡିଝାଟିଆ: ବିଜୁ ଛାତ୍ର ଜନତାଦଳ ପକ୍ଷରୁ କଖଡି ନୋଡାଲ ହାଇସ୍କୁଲ ଓ କଖଡି ଜୁନିୟର କଲେଜ ସହିତ ଧବଳେଶ୍ୱର ବିଦ୍ୟାପୀଠର ଶ୍ରେଣୀଗୃହକୁ ବିଶୋଧନ କରାଯିବା ସହିତ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ତୁଣ୍ଡି ବଣ୍ଟନ କରିବା ସହ କୋଭିଡ ନିମୟ ବିଷୟରେ ବୁଝାଇଥିଲେ। ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନଦୀକୂଳ ବିଜୁ ଛାତ୍ରଜନତାଦଳର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଶ୍ୱଜିତ୍‍ ରାଉତ, ବିଶ୍ୱଜିତ୍‍ ସାହୁ, ମଳୟ ପ୍ରଧାନ, ନିମାଇଁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳାନା କରିଥିଲେ।

Comments are closed.