ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଖଡି ପଞ୍ଚାୟତରେ ଖାଦ୍ୟ ଓ ତୁଣ୍ଡି ବଣ୍ଟନ

ଗୁରୁଡିଝାଟିଆ: ବିଜୁ ଛାତ୍ର ଜନତାଦଳ ପକ୍ଷରୁ କଖଡି ପଞ୍ଚାୟତର ଗୋପିନାଥପଡା ଓ କାପ୍ତାବରାଇରେ ଶୁଖିଲା ଖାଦ୍ୟ ଓ ତୁଣ୍ଡି ବଣ୍‍ଟନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶମୁତାବକ ଜିଲ୍ଲା ବିଜୁ ଛାତ୍ର ଜନତାଦଳର ସାଧରଣ ସଂପାଦକ ଦିନେଶ କୁମାର ପ୍ରଧାନ,ଆଠଗଡ ବ୍ଲକ ବିଜୁ ଛାତ୍ର ଜନତାଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ପଞ୍ଚାୟତ ବିଜୁ ଛାତ୍ର ଜନତାଦଳ ସଭାପତି ବିଶ୍ୱଜିତ୍‍ ରାଉତ, ଅଭିଜିତ୍‍ ସାହୁ, ମନୋଜ କୁମାର ସାହୁ ଓ ରୁଦ୍ରପ୍ରତାପ ସାହୁ ପ୍ରମୁଖ ଗୋପିନାଥପଡା ଗ୍ରାମରେ ଅଭାବୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ତୁଣ୍ଡି ପିନ୍ଧାଇ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ସେହିପରି କାପ୍ତାବରାଇରେ ମଧ୍ୟ ତୁଣ୍ଡି ବଣ୍ଟନ କରିଥିଲେ।

Comments are closed.