ଗୋପବନ୍ଧୁ ଚିକିତ୍ସାଳୟରେ ସ୍ୱାଧୀନତା ଦିବସ ପାଳିତ

ଗୁରୁଡିଝାଟିଆ:  ଦେଶ ସ୍ୱାଧୀନତା ପାଇଁ ଆତ୍ମବଳୀ ଦେଇଥିବା ବୀର ସହିଦ ମାନେ ଆମ ପାଇଁ ଚିର ନମସ୍ୟ । ସେମାନଙ୍କ ତ୍ୟାଗପୁତ ଜୀବନାଦର୍ଶକୁ ମନେପକାଇ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ତ୍ରିରଙ୍ଗା ପତାକା ତଳେ ଦଣ୍ଡାୟମାନ ହୋଇ ଦେଶକୁ ପ୍ରଗତି ପଥରେ ଆଗେଇ ନେବା କ୍ଷେତ୍ରରେ ସମସ୍ତେ ହାତକୁ ହାତ ମିଳାଇ କାର୍ଯ୍ୟ କରିବା  ଏକାନ୍ତ ଆବଶ୍ୟକ ବୋଲି ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଲୋକସେବକ ମଣ୍ଡଳର ସଂପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରି ମତପ୍ରକାଶ କରିଥିଲେ ।

ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ମୁଖ୍ୟ ଅତିଥିଙ୍କୁ ପତାକା ଉତ୍ତୋଳନ ପାଇଁ ପାଛୋଟି ନେଇଥିଲେ । ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ,ଚିକିତ୍ସାଳୟର ଉପପ୍ରବନ୍ଧକ ନିତ୍ୟ ସୁନ୍ଦର ସିଏ,ମଧୁସ୍ମୀତା ରାଉତ, ଶିକ୍ଷୟିତ୍ରୀ ଗିତାଞ୍ଜଳୀ ନନ୍ଦ,ମାମାଲି ପ୍ରିୟଦର୍ଶିନୀ, ରଞ୍ଜିତା ଦାସ, ସୌଦାମିନି ସାହୁ, ଜୟଶ୍ରୀ ପ୍ରଧାନ, ବିକ୍ରମ କେଶରୀ ରାଉତ ସହିତ ଅନୁଷ୍ଠାନର ସମସ୍ତ ନର୍ସିଂ ବିଦ୍ୟାର୍ଥୀ ଓ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ ।

Comments are closed.