ଅଘୋଷିତ ବିଦ୍ୟୁତ୍‍ କାଟ ଉପଭୋକ୍ତାଙ୍କୁ କରିଛି ଅତିଷ୍ଠ

ଗୁରୁଡ଼ିଝାଟିଆ: ପ୍ରତ୍ୟେହ ହେଉଛି ଅତ୍ୟଧିକ ବିଦ୍ୟୁତ କାଟ। ଥରେ ନୁହେଁ ଦୁଇଥର ନୁହେଁ ଦିନକୁ ୧୦ଥରରୁ ଊର୍ଦ୍ଧ୍ବ ହେଉଛି ବିଦ୍ୟୁତ୍‍ କାଟ। ଟିପିସିଓଡିଏଲ କର୍ତ୍ତୃପକ୍ଷ ସମସ୍ତ ନିୟମ ଉଲ୍ଲଘଂନ କରି ମନଇଚ୍ଛା ବିଦ୍ୟୁତକାଟ କରୁଛି। ଯାହାଫଳରେ ଆଠଗଡ଼ ବ୍ଲକର ଜନସାଧାରଣ ବିଦ୍ୟୁତ ବିଭ୍ରାଟଜନତି ଅସୁବିଧାରେ ଘାଣ୍ଟିହେଉଛନ୍ତି। ସାମାନ୍ୟ ପବନ ହେଲେ ମଧ୍ୟ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‍କାଟ ହେଉଛି। ସତେଅବା ବର୍ଷା ହେତୁ ଟିପିସିଓଡଏଲ କର୍ତ୍ତୃପକ୍ଷ ବିଭିନ୍ନ ଆଳଦେଖାଇ ବିଦ୍ୟୁତ୍‍କାଟ କରୁଛି?। ଏଭଳି କାର୍ଯ୍ୟ ଉପଭୋକ୍ତାଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ଦେଉଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଘଟଣା ସଂପର୍କରେ ପଚାରିବାରୁ କେତେେବେଳେ ବାଉଁଶଗଛ ତାରରେ ପଡ଼ିଯିବା ପାଇଁ ବିଦ୍ୟୁତ ବିଭ୍ରାଷ୍ଟ ହେଉଛି ବୋଲି କହୁଥିବା ବେଳେ ଆଉକେତେବେଳେ ୩୩ କେଭି ବିଦ୍ୟୁତ୍‍ ସରବରାହରେ ତ୍ରୁଟି ପାଇଁ ବିଦ୍ୟୁତ୍‍କାଟ ହେଉଛି ବୋଲି କହୁଛନ୍ତି।

Comments are closed.