୫୦ବସ୍ତା କାଠକୋଇଲା ଜବତ

ରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ୫୦ବସ୍ତା ଚୋରା କାଠକୋଇଲା ଜବତ କରାଯାଇଛି। ଟ୍ରେନ ଯୋଗେ ଭୂବନେଶ୍ୱରକୁ ଚୋରାଚାଲାଣ ହେବାର ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର  ଆଜି ଅପରାହ୍ନରେ କଅଁସର, ଲୁଣିପଡିଆ, ଖଣ୍ଡୁଆଳି ଓ ଜଙ୍ଗଲ ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ଚଢାଉ କରିଥିଲେ। ଚଢ଼ାଉ ସମୟରେ ୫୦ବସ୍ତା ଚୋରା କାଠକୋଇଲା ଜବତ କରିଥିଲେ ଏବଂ ସେସବୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଆସନ୍ତାକାଲି ଏହି କାଠ କୋଇଲା ଟ୍ରେନଯୋଗେ ଚାଲାଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଚଢାଉରେ ବନାଞ୍ଚଳ ଅଧିକାରୀ ଶ୍ରୀ ମାଥୁର ଙ୍କ ସହିତ ଡେପୁଟି ରେଞ୍ଜର ସ୍ୱତନ୍ତ୍ର ସ୍କ୍ୱାର୍ଡ ସୁରେଶ କୁମାର ଷଡଙ୍ଗୀ,ବନପାଳ ଦିବ୍ୟସିଂହ ପରିଡା ଓ ଖୁଣ୍ଟୁଣୀ ବନାଞ୍ଚଳର ସମସ୍ତ ବନକର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments are closed.