ଗୁରୁ ନାନାକଦେବଙ୍କ ୫୫୧ତମ ଜୟନ୍ତୀ 

ନୂଆଦିଲ୍ଲୀ : ସୋମବାର ଗୁରୁ ନାନାକଦେବଜୀଙ୍କ ୫୫୧ତମ ଜୟନ୍ତୀ ପାଳନ କରାଯାଉଛି। ଏହି  ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ଏବଂ ବିଦେଶରେ ରହୁଥିବା ଶିଖ୍‍ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗୁରୁ ନାନକଙ୍କ ଜୀବନୀ ଓ ବାଣୀ ମାନବ ସମାଜ ପାଇଁ ପ୍ରେରଣା ଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି। ଗୁରୁ ନାନକ ଏକତା, ଶାନ୍ତି, ଭାତୃତ୍ୱଭାବ, ସେବା, କଠିନ ପରିଶ୍ରମ, ସାଧୁତା ଏବଂ ଆତ୍ମ ସମ୍ମାନ ଉପରେ ମାନବ ସମାଜକୁ ଦିଗ୍‍ଦର୍ଶନ ପ୍ରଦାନ କରିଛନ୍ତି।
ସେହିପରି ଉପରାଷ୍ଟ୍ରପତି ଏମ୍‍. ଭଙ୍କୟା ନାଇଡୁ ମଧ୍ୟ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁଗୁରୁ ନାନାକଦେବଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶିଖ୍‍ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Comments are closed.